ଆଶା ଓ ନିରାଶା ମଝିରେ ଝୁଲୁଛି କଶ୍ମୀର
ବଲିଉଡରୁ ସନ୍ନ୍ୟାସ ନେଇସାରିଥିବା ଜୟରା ୱସିମ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ସେ କଶ୍ମୀରର କଥା ଉଠାଇଛନ୍ତି । ଶ୍ରୀନଗରରେ ଜନ୍ମିତ ୧୯ ବର୍ଷୀୟା ଜାୟରା ଅନେକ ଦିନର ବ୍ୟବଧାନ ପରେ ସୋସିଆଲ ମିଡିଆକୁ ଫେରିଛନ୍ତି । ସେ ମଙ୍ଗଳବାର ଇନ୍ଷ୍ଟାଗ୍ରାମରେ ଏକ ଧଳା ଫୁଲର ଫଟୋ ପୋଷ୍ଟ କରିଛନ୍ତି । ଏହାସହ କଶ୍ମୀର ଉପତ୍ୟକା ସହ ଜଡ଼ିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ପ୍ରାୟ ୩୦୦ ଶବ୍ଦରେ ଜାୟରା ଉଲ୍ଲେଖ କରିଥିବା ଉକ୍ତ ପୋଷ୍ଟର ସାରାଂଶ ହେଉଛି, କଶ୍ମୀର ଲଗାତର ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । କଶ୍ମୀର ଆଶା ଓ ନିରାଶା ମଧ୍ୟରେ ଝୁଲୁଛି । କଶ୍ମୀର ଶାନ୍ତିର ଏକ ମିଛ ମୁଖାବରଣ ଭଳି କିଛି ପିନ୍ଧିଦେଇଛି । ଉପତ୍ୟକାବାସୀଙ୍କ ନୈରାଶ୍ୟ ଓ ଦୁଃଖ ବଢ଼ିଚାଲିଛି । ଆମେ ଏକ ଏପରି ଦୁନିଆରେ ଅସୁବିଧାର ସାମ୍ନା କରୁଛୁ, ଯେଉଁଠି ଆମର ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ବହୁତ ସହଜ । ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ କଶ୍ମୀରରେ ଜାରି କରାଯାଇଥିବା କଟକଣାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ହଟାଯାଇନାହିଁ ।
https://www.instagram.com/p/B8HbAKKlUvT/?utm_source=ig_embed
More Stories
ଡିସେମ୍ବର ୧୭ରୁ ମରାମତି ହେବ ରତ୍ନଭଣ୍ଡାର
ସୁଜିତ କୁମାର ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ !!!
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ