May 17, 2024

Satya News

odia news channel

କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ମେ ୩ରୁ ନେଇପାରିବେ ଟିକା

 

ଆଜିଠୁ ଖୋଲିବ ସ୍ଲଟ, ବୁକିଂ ଆରମ୍ଭ : ସୋମବାରରୁ ୧୮ରୁ ୪୪ ବର୍ଷୀୟ ଲୋକଙ୍କ ଭ୍ୟାକ୍ସିନେସନ

ମେ ୩ରୁ କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ଟିକା ନେଇପାରିବେ । ଆଜି ଅପରାହ୍ନରୁ ଆପଏଣ୍ଟମେଣ୍ଟ ସ୍ଲଟ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ ଏବଂ ଏକକାଳୀନ ୪୫ରୁ ଊର୍ଦ୍ଧ୍ୱ ଓ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ହେବ । ଉଭୟ ଗ୍ରୁପ ପାଇଁ ସରକାରୀ ମେଡିକାଲରେ ଅଲଗା ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।ଗତକାଲି ରାଜ୍ୟ ସରକାରଙ୍କ ଅର୍ଡର ଅନୁସାରେ ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଆସିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୭ ଶହ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧, ଝାରସୁଗୁଡ଼ାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭ ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮ ଓ ରାୟଗଡ଼ାରୁ ୨୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ସଂକ୍ରମଣ ବଢିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । କୋଭିଡ ନିୟମ ଉଲ୍ଲଘଂନ କରି କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ସିଲ୍ କଲା । କରଞ୍ଜିଆ ଏନ୍ଏସି ଛକରେ ଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର କୋଚିଂ ସେଣ୍ଟର ଉପରେ ଉଭୟ କରଞ୍ଜିଆ ତହସିଲଦାର ଓ କରଞ୍ଜିଆ ପୋଲିସର ମିଳିତ ଚଢ଼ାଉ ହୋଇଛି । ଚଢ଼ାଉ କରାଯାଇ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପଯର୍ୟନ୍ତ ସିଲ୍ କରାଯାଇଛି ।  ଅଯଥା ଗହଳି କରିବା ସହିତ କୋଚିଂ ସେଣ୍ଟରକୁ ପାଠ ପଢିବା ପାଇଁ ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଦୋକାନ ବଜାରରେ ମଧ୍ୟ କୋଭିଡ ନିୟମକୁ କଡାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

Spread the love