September 13, 2025

କୋରାପୁଟ ଡିଇଓ ଗିରଫ

କୋରାପୁଟ,୧୦/୧: କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କୁ କୋରାପୁଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ କଟକରୁ ଗିରଫ କରିଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ଶିକ୍ଷକ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁଯାୟୀ, ଡିସେମ୍ବର ୮ରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡାଲ୍ ନୋଟରେ ଉଲ୍ଲେଖ କରିଥିଲେ। ସେଥିରେ ସେ ତାଙ୍କ ମୃତ୍ୟୁ ପାଇଁ ଡିଇଓଙ୍କ ସହ ୮ ଜଣଙ୍କୁ ଦାୟୀ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ କୋରାପୁଟ ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିଲା।

Spread the love