
ନୂଆଦିଲ୍ଲୀ: ଇରାନ୍ର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି।
ଇରାନ୍ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାରକିଛି ଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି। ତେଣୁ ଏହି ଘଟଣା ପଛରେ ଉଭୟ ଅଧିକାରୀଙ୍କ ହାତ ଥିବା କୁହାଯାଉଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍