May 7, 2025

ଓଡ଼ିଆ ଲେ. ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେଲେ ସଦର୍ଣ୍ଣ ଆର୍ମି କମାଣ୍ଡର

ନୂଆଦିଲ୍ଲୀ,୨୪/୧: ଓଡ଼ିଆ ଲେ. ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଦର୍ଣ୍ଣ ଆର୍ମି କମାଣ୍ଡର ରୂପେ ନିଯୁକ୍ତ କରାଯାଇଛି। ଜେନେରାଲ ମହାନ୍ତି ଏବେ ଉତ୍ତର ଭାରତ ଆରେଏ କମାଣ୍ଡର ଭାବେ କାର୍ଯ୍ୟରତ। ତେବେ ୩୭ ବର୍ଷର କର୍ମମୟ ଜୀବନ ଭିତରେ ଶ୍ରୀ ମହାନ୍ତି ଏଲଓସିରେ ରାଜପୁତ ବାଟାଲିୟନର ନେତୃତ୍ୱ ନେଇଛନ୍ତି। ଉତ୍ତର-ପୂର୍ବ ଭାରତରେ ମଧ୍ୟ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ମିଲିଟାରୀ ପରାମର୍ଶଦାତା ଭାବେ ଅବସ୍ଥାପିତ ହେବା ପରେ ଆର୍ମି ମୁଖ୍ୟାଳୟର ଏମଏସ ବ୍ରାଞ୍ଚରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ବ୍ରିଗେଡିୟର ରୂପେ ମଧ୍ୟ ସେ ସଫଳତାର ସହ ଦାୟିତ୍ୱ ସମ୍ପାଦନ କରିଥିଲେ। ମେଜର ଜେନେରାଲ ରୂପେ ଅପରେସନ ରାଇନୋ ସମୟରେ ଗୁରୁତ୍ୱପୂର୍ଣ୍ଣ ଡିଭିଜନର କମାଣ୍ଡର ରୂପେ, ୨୦୧୪ରେ ବୋଡୋ ଗଣହତ୍ୟା ପରବର୍ତୀ ପର୍ଯ୍ୟାୟରେ ସେ ଆତଙ୍କବାଦକୁ ଦୃଢ ହସ୍ତରେ ଦମନ କରିଥିଲେ।

Spread the love