
ମଦୁରାଇ (ତାମିଲନାଡୁ): ରବିବାର ସନ୍ଧ୍ୟାରେ ଉତାଗୁଡ଼ିର ସେଣ୍ଟ୍ ମେରିଜ୍ ଚର୍ଚ ଜଙ୍କ୍ସନ୍ରେ ଜଣେ ଯୁବକଙ୍କୁ ଅଜ୍ଞାତ ଅପରାଧୀ ଦଳ ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ଉତାନଗୁଡ଼ି ନିକଟ ସୋଲାଇଆପ୍ପାନ ନଗରର ୨୨ ବର୍ଷିୟ ବି. ମୁରୁଗାନାଥମ୍। ଆହତ ହୋଇ ବର୍ତ୍ତିଯାଇ ଥିବା ସେ ଯୁବକଙ୍କର ବନ୍ଧୁ ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ରବିବାର ସନ୍ଧ୍ୟାରେ ମୁରୁଗାନାଥମ୍ ତାଙ୍କ ବନ୍ଧୁ ମୁନିଆସାମୀଙ୍କ ସହ ଗୀର୍ଜା ନିକଟରେ ଚାଲି ଚାଲି ଯାଉଥିବା ବେଳେ କାର୍ରେ ଆସୁଥିବା ଅପରାଧୀ ଦଳ ସେ ଦୁହିଁଙ୍କୁ ଅଟକାଇଥିଲେ। ସେମାନଙ୍କୁ ଦେଖି ଦୁହେଁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଅପରାଧୀମାନେ ମୁରୁଗାନାଥମ୍ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ମରିଯିବାରୁ ଅପରାଧୀ ଦଳ ତାଙ୍କ ମୁଣ୍ଡ କାଟି ଗୀର୍ଜା ସମ୍ମୁଖରେ ରଖିଦେଲେ।
ଏପର୍ଯ୍ୟନ୍ତ ପୁଲିସ ଆତତାୟୀଙ୍କ ସନ୍ଧାନ ଏବଂ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ କୌଣସି ଟେର୍ ପାଇନାହିଁ। ସନ୍ଦିଗ୍ଧମାନଙ୍କର ସନ୍ଧାନ ନେବା ଲାଗି ଏକାଧିକ ପୁଲସ ଟିମ୍ ଗଠନ କରାଯାଇଛି। କୀରାତୁରାଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍