January 16, 2025

ନୂଆବର୍ଷରୁ ଅଚଳହେବ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ ଡେବିଟ୍ କାର୍ଡ!

ନୂଆଦିଲ୍ଲୀ,୨୮/୧୨: ନୂଆବର୍ଷଠାରୁ ଆଉ କାମ କରିବନି ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ ଡେବିଟ୍ କାର୍ଡ। ଏହା ପରିବର୍ତ୍ତେ ଇଏମଭି କାର୍ଡ ବ୍ୟବହାର କରିବାକୁ ବ୍ୟାଙ୍କଗୁଡ଼ିକ ପରାମର୍ଶ ଦେଇଛନ୍ତି। ସମସ୍ତ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପଯୁକ୍ତ ଡେବିଟ୍ କାର୍ଡ ସ୍ଥାନରେ ଇଏମଭି କାର୍ଡ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ନିୟମ କରିଛନ୍ତି। ପେମେଣ୍ଟ୍ ମାନଦଣ୍ଡ ଅନୁଯାୟୀ ଗ୍ରାହକ ସୁରକ୍ଷା ପାଇଁ ଏହା କରାଯାଇଥିବା ଜଣାପଡ଼ିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଡେବିଟ୍ କାର୍ଡଧାରୀମାନଙ୍କୁ ଟ୍ବିଟ୍ ମାଧ୍ୟମରେ ଇଏମଭି ଚିପ୍ କାର୍ଡ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ନିଜ ଆକାଉଣ୍ଟ ଥିବା ଶାଖାରୁ ନେବାପାଇଁ ପରାମର୍ଶ ଦେଇଛି। ସୂଚନାଯୋଗ୍ୟ, ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ କାର୍ଡର ପଛପଟେ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ରହିଥାଏ। କିନ୍ତୁ ୟୁରୋପେ, ମାଷ୍ଟରକାର୍ଡ ଏବଂ ଭିସା(ଇଏମଭି) କାର୍ଡରେ ଚିପ୍ ରହୁଥିବାରୁ ତାହା ଅଧିକ ନିରାପଦ ହୋଇଥାଏ।

Spread the love