March 21, 2025

ମହିଳା କ୍ୟାଡର ମାଓବାଦୀ ନିହତ

 

ଫୁଲବାଣୀ: କନ୍ଧମାଳରେ ମାଓ ଅପରେସନ୍ ବେଳେ ମହିଳା କ୍ୟାଡର ମାଓବାଦୀ ନିହତ। କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ଙ୍କ କମ୍ବିଂ ଅପରେସନ ବେଳେ ନିହତ। କ୍ୟାଡର ମହିଳା ମାଓବାଦୀ ନିହତ ହୋଇଥିବା ପ୍ରେସ ରିଲିଜ୍ ଜରିଆରେ ସୂଚନା ଦେଇଛନ୍ତି ପୋଲିସ ଡିଜି। କମ୍ବିଂ ଅପରେସନ ବେଳେ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ ହୋଇଛି। ପରେ ଏଠାରେ କମ୍ବିଂ ଅପରେସନକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି। ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ଆତ୍ମସମର୍ପଣ କରି ସରକାରଙ୍କ ଘୋଷିତ ସୁବିଧା ନିଅନ୍ତୁ ବୋଲି ଡିଜିପି ଅଭୟ କହିଛନ୍ତି।

ଗତ ନଭେମ୍ବରରେ ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁଇଟି ଥାନାରେ ୧୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଥିଲେ।  ଚିନ୍ତାପାଲି ଥାନା ପୋଲିସ ନିକଟରେ ୫ ଜଣ ଓ କୋୟୁରୁ ପୋଲିସ ନିଟକରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।

Spread the love