February 16, 2026

ମନମାନୀ ପାଇଁ ଅଡ଼ୁଆରେ ପିଏନ୍‌ବି, ୧ କୋଟି ଟଙ୍କା ଜରିମାନା ଭରିବ ବ୍ୟାଙ୍କ

 

ନୂଆଦିଲ୍ଲୀ : ନିୟମ ଉଲ୍ଲଂଘନ ଅଭିଯୋଗରେ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଏକ କୋଟି ଜରିମାନା ଦେବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ନିୟମ ମାନୁ ନଥିବା ବ୍ୟାଙ୍କ ଉପରେ ତୀଖ୍ଣ ନଜର ରଖିବା ସହ କାର୍ଯ୍ୟୁନାଷ୍ଠାନ ଗ୍ରହଣ କରୁଛି।

ପେମେଣ୍ଟ ଓ ସେଟଲ୍‌ମେଣ୍ଟ ପ୍ରକ୍ରିୟା ନିୟମର ଉଲ୍ଲଂଘନ କରିବାକୁ ନେଇ ପିଏନବି ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଛି ଆରବିଆଇ। ବ୍ୟାଙ୍କ ପିଏନ୍‌ବି ବ୍ୟାଙ୍କ ଲିମିଟେଡ୍‌ ଭୁଟାନ ସହ ଏଟିଏମ୍‌କୁ ନେଇ ଦ୍ବିପାକ୍ଷିକ  ଆଲୋଚନା ହୋଇଥିଲା। ପରେ ଏହି ବ୍ୟବସ୍ଥାର ପରିଚାଳନା ମଧ୍ୟ କରିଥିଲା। ଏଥିପାଇଁ ଆରବିଆଇ ପାଖରୁ ଅନୁମତି ନେଇ ନଥିଲା ପିଏନ୍‌ବି।

ତେବେ ପିଏନ୍‌ବି ପେମେଣ୍ଟ ଓ ସେଟଲମେଣ୍ଟ ନିୟମ ୨୦୦୭ର ଧାରା ୨୬(୬)ର ଉଲ୍ଲଂଘନ କରିଛି। ତେଣୁ ମନମାନୀ କରିଥିବା ନେଇ ଏବେ ପିଏନ୍‌ବିକୁ  ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ।

Spread the love