January 16, 2025

ମନ୍‌ପ୍ରୀତ ପ୍ରଥମ ଭାରତୀୟ ଭାବେ ବିଶ୍ୱର ଶ୍ରେଷ୍ଠ ହକି ଖେଳାଳି

ଲୌସେନ୍‌,୧୪/୨: ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହ ଗୁରୁବାର ଏକ ଜବରଦସ୍ତ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ବିଶ୍ୱର ଶ୍ରେଷ୍ଠ ହକି ଖେଳାଳି ହୋଇପାରିଛନ୍ତି। ୨୦୧୯ରେ ମନପ୍ରୀତ୍‌ଙ୍କ ନେତୃତ୍ୱରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି। ଏହାବ୍ୟତୀତ ମନ୍‌ପ୍ରୀତ୍‌ଙ୍କ ନେତୃତ୍ୱରେ ଭାରତ ଅନ୍ତର୍ଜାତୀୟସ୍ତରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି। ଏଥିଲାଗି ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍‌ଆଇଏଚ୍‌) ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୭ ବର୍ଷୀୟ ମନପ୍ରୀତ୍ ଏହି ଦୌଡ଼ରେ ଥିବା ବେଲ୍‌ଜିୟମ୍‌ର ଆର୍ଥର ଭାନ୍ ଡୋରେନ୍ ଓ ଆର୍ଜେଣ୍ଟିନାର ଲୁକାସ୍ ଭିଲ୍ଲାଙ୍କୁ ପଛରେ ପକାଇ ଦେଇଛନ୍ତି। ଡୋରେନ୍ ଓ ଭିଲ୍ଲା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ମନପ୍ରୀତ୍‌ଙ୍କ ସପକ୍ଷରେ ୩୫.୨ ପ୍ରତିଶତ ଭୋଟ୍ ମିଳିଛି।

Spread the love