July 27, 2024

Satya News

odia news channel

ମଉଳିଲା ଶେଷ ଆଶା ! ଜୋ ବାଇଡେନ୍‌ଙ୍କ ଠାରୁ ହାର ସ୍ବୀକାର କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ

 

ନ୍ୟୁୟର୍କ : ଶେଷରେ ନିଜର ହାର ସ୍ବୀକାର କରିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶେଷ ଆଶା ମଉଳିଯିବା ପରେ ଏବେ ବାସ୍ତବତାକୁ ଫେରିବାକୁ ଟ୍ରମ୍ପ ନିଷ୍ପତ୍ତି କରିଥିବା ଜଣାପଡ଼ିଛି। ଜର୍ଜିଆରେ ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ଙ୍କୁ ବିଜୟ ମିଳିଥିବା ନେଇ ମିଡିଆରେ ପ୍ରକାଶିତ ହେବା ପରେ  ଟ୍ରମ୍ପ, ଜୋଙ୍କ ଠାରୁ ହାର ସ୍ବୀକାର କରିବେ​‌ ବୋଲି ଇସାରା ଦେଇଛନ୍ତି।

ଟ୍ରମ୍ପ ଏବେ ସୁଦ୍ଧା ବାଇଡେନ୍‌ଙ୍କ ବିଜୟକୁ ସ୍ବୀକାର କରୁନଥିବା ବେଳେ ବିଭିନ୍ନ ସ୍ଥାନର ମତ ଗଣନାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଶୁକ୍ରବାର କରୋନା ଭାଇରସ୍‌କୁ ନେଇ ହୋଇଥିବା ସାମ୍ବାଦିକ ସମ୍ମଳନୀରେ ଟ୍ରମ୍ପ କହିଛନ୍ତି, ‘ଭବିଷ୍ୟତରେ କଣ ହେବ କେହି ଜାଣିନାହାନ୍ତି। ପ୍ରଶାସନ କାହାର ହେବ ବି ଜଣାନାହିଁ। ଏହା ତ ସମୟ କହିବ।’ ୨୦ ଜାନୁଆରୀରେ ଆଉ କାହାର ପ୍ରଶାସନ ସମ୍ପର୍କରେ କହିବା ଟ୍ରମ୍ପଙ୍କ ପ୍ରଥମ ଥିଲା। ଏହି କଥାକୁ ସମୀକ୍ଷା କରି କୁହାଯାଉଛି ଯେ ଟ୍ରମ୍ପ ହାର କେମିତି ସ୍ବୀକାର କରିବେ। ତେବେ ଟ୍ରମ୍ପ ନିର୍ବାଚନ ଫଳାଫଳକୁ ସ୍ବୀକାର କରିପାରନ୍ତି ବୋଲି ତାଙ୍କର ଜଣେ ସହଯୋଗୀ କହିଛନ୍ତି।

ନିୟମ ଅନୁସାରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ କାର୍ଯ୍ୟାଳୟ ସ୍ଥାନାନ୍ତରଣ ଓ ବ୍ରିଫିଂ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସମସ୍ତ ସୁବିଧା ମିଳିବା ଉଚିତ। କିନ୍ତୁ ନିର୍ବଚନ ଫଳାଫଳ ସମ୍ପର୍କରେ ଔପଚାରିକ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଶାସନ ମୁଖ୍ୟ ଏମିଲୀ ମର୍ଫି କହିଛନ୍ତି। ପରିଣାମ ଘୋଷଣା କରିବା ପାଇଁ ରାଜ୍ୟଗୁଡ଼ିକ ପାଖରେ ୧୪ ଡିସେମ୍ବର ପର୍ଯ୍ୟନ୍ତ ସମୟ ରହିଛି। ବିନା ପ୍ରମାଣରେ ନିର୍ବାଚନୀ ଫଳାଫଳକୁ ଟ୍ରମ୍ପ ବଦନାକ କରୁଥିବା ବେଳେ ନିର୍ବାଚନ ଅଧିକାରୀ ଏଭଳି ସମ୍ଭାବନାକୁ ସଫା ସଫା ପ୍ରତ୍ୟାଖାନ କରିଦେଇଛନ୍ତି।

Spread the love