
ନୟାଗଡ଼: ମୃତ୍ୟୁ ପରେ ଏଠି ମିଳୁନି ଦୁଇପାଦ ଜାଗା। ଗତ କାଲିଠୁ ପଡ଼ି ରହିଛି ମୃତଦେହ। ପରିବାର ଲୋକେ ସଂସ୍କାର କାମ କରିପାରୁ ନାହାନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଓଡ଼ଗାଁ ଶରଣକୁଳ ଭାଲିଆଡ଼ିହି ଗାଁରେ ।
ଶ୍ମଶାନ ଜାଗା ବିବାଦକୁ ନେଇ ଦୁଇ ସାହି ମଧ୍ୟରେ ଲାଗିଥିବା ବିବାଦରୁ ଏପରି ସ୍ଥିତି ଉପୁଜିଛି। ଶବ ଦାହ ହୋଇପାରିନଥିବା ବେଳେ ମୃତଦେହ ରଖି କଦଳୀପଲ୍ଲୀ-ଶିଖରପୁର ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍