January 21, 2025

ଦିନିକିଆ କ୍ରିକେଟରୁ ଧୋନିଙ୍କ ଅବସର ନେଇ ଚର୍ଚ୍ଚା

ମୁମ୍ବାଇ,୧୦/୧: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ପ୍ରସଙ୍ଗରେ ଏକ ବଡ ବୟାନ ଦେଇଛନ୍ତି। ଆନ୍ତର୍ଜାତିକ ଦିନିକିଆ କ୍ରିକେଟରୁ ଧୋନି ଖୁବଶୀଘ୍ର ଅବସର ନେଇପାରନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଫଳରେ କ୍ରିକେଟ୍ ଜଗତରେ ପୁଣି ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଧୋନି କ୍ରମାଗତ ଭାବେ ଟି-୨୦ ଓ ଦିନିକିଆ ମ୍ୟାଚ ଖେଳିଆସୁଥିଲେ। କିନ୍ତୁ ୨୦୧୯ କ୍ରିକେଟ ବିଶ୍ବକପ୍‌ ସେମିଫାଇନାଲ୍‌ ମ୍ୟାଚ ପରେ ସେ ଆଉ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଫଳରେ ଏହି ପୂର୍ବତନ ଅଧିନାୟକଙ୍କ ଅବସର ଚର୍ଚ୍ଚା ଦିନକୁଦିନ ଜୋର ଧରିବାରେ ଲାଗିଛି। ଇତିମଧ୍ୟରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ବୟାନ ଉକ୍ତ ଚର୍ଚ୍ଚାକୁ ଦୁଇପାଦ ଆଗକୁ ନେଇଛି। କିନ୍ତୁ ଧୋନି ଟି-୨୦ କ୍ରିକେଟ ଖେଳ ଜାରି ରଖିବେ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Spread the love