April 20, 2024

Satya News

odia news channel

ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇନାହିଁ: ଲେଖାଶ୍ରୀ

 

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ।

ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି ଏବଂ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି, ସେମାନେ ପ୍ରକୃତରେ କଳାପାହାଡ଼ ବୋଲି କହିଛନ୍ତି ଲେଖାଶ୍ରୀ। ଓଡ଼ିଶାର ବିକାଶକୁ ୨୦ ବର୍ଷ ପଛକୁ ନେଇ ଯାଇଛନ୍ତି। ୨୦ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ନେଇ କଣ କରିଛ ବୋଲି ଆମେ ପ୍ରଶ୍ନ କରିବାରୁ ବିଜେଡିକୁ ବାଧୁଛି ବୋଲି ସେ କହିଛନ୍ତି।

ସେ ରାଜ୍ୟର ବିକାଶ ପ୍ରସଙ୍ଗ ଉଠାଇଛନ୍ତି, ପୁରୀକୁ କାହିଁକି ବିଶ୍ୱପ୍ରସିଦ୍ଧ କରିପାରିନାହଁ ବୋଲି ପ୍ରସଙ୍ଗ ଉଠାଇଥିଲେ ଯାହା ଶାସକଦଳଙ୍କୁ କଷ୍ଟ ଦେଉଛି ବୋଲି କହିଛନ୍ତି ଲେଖାଶ୍ରୀ। ସେପଟେ ଲେଖାଶ୍ରୀ ତାଙ୍କ ମନ୍ତବ୍ୟକୁ ନେଇ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି।

Spread the love