July 27, 2024

Satya News

odia news channel

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତି ତାଲିକା ଦେଇଛନ୍ତି। ୨୦୨୦, ମାର୍ଚ୍ଚ ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଜମା ବାବଦରେ ରହିଛି ୧୩ କୋଟି ୧ ଲକ୍ଷ ୬ ହଜାର ୧୧ ଟଙ୍କା। ୭ଟି ବ୍ୟାଙ୍କରେ ଏହି ଜମା ଟଙ୍କା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ରହିଛି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନା ଅଳଙ୍କାର। ଏବେବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୯୮୦ ମଡେଲର ଆମ୍ବାସଡର କାର୍‌। ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମଧ୍ୟରେ ରହିିଛି ଫରିଦାବାଦର ତିକ୍ରିଖେରା ଥିବା ଜମି ଓ କୋଠା। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ହେବ।

ନବୀନ ନିବାସରେ ଦୁଇ ତୃତୀୟାଂଶ ସେୟାର ଏବଂ ନୂଆଦିଲ୍ଲୀରେ ଥିବା ସମ୍ପତ୍ତିର ୫୦ ପ୍ରତିଶତ ସେୟାର। ଫରିଦାବାଦରେ ଥିବା ଜମି ବିକ୍ରି ଉପରେ ନବୀନ ୧କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି। ସିଏମଓ ୱେବ୍‌ସାଇଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଉପଲବ୍ଧ ରହିଛି।

Spread the love