February 15, 2026

ମୁହଁ ଖୋଲିଲେ ବିଜେଡି ନେତା ଅରୂପ

 

ଭୁବନେଶ୍ୱର: ପାଠକ ବାପା-ପୁଅଙ୍କ ସହ ଚାର୍ଟର ଫ୍ଲାଇଟ୍‌ରେ ବୁଲିଥିବା ଅଭିଯୋଗ ଉପରେ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ତେବେ ତଦନ୍ତ ଚାଲିଥିବାରୁ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ମତ ରଖିବା ଅନୁଚିତ ବୋଲି ସେ କହିଛନ୍ତି। ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ କିଛି ଦିନ ପୂର୍ବରୁ ଅଭିଯୋଗ କରିଥିଲେ ଯେ, ଆକାଶ ପାଠକଙ୍କ ସହ ଅରୂପ ପଟ୍ଟନାୟକ ମଧ୍ୟ ଚାର୍ଟର ଫ୍ଲାଇଟରେ ବୁଲିଥିଲେ। ଗତ ଜୁଲାଇ ୧୧ ତାରିଖରେ ଆକାଶଙ୍କ ସହିତ ଅରୂପ ପଟ୍ଟନାୟକ ଚାର୍ଟର ଫ୍ଲାଇଟରେ ପୁଣେ ଯାଇଥିଲେ। ସେଠାରେ ଆକାଶଙ୍କୁ ଡ୍ରପ କରି ପୁଣେରୁ ମୁମ୍ବାଇ ଯାଇଥିଲେ ଅରୂପ।

Spread the love