
ବଲାଙ୍ଗୀର : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ମାଲ ବୋଝେଇ ଟ୍ରକ୍ । ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ରାଜରାସ୍ତାର ଖମାରମୁଣ୍ଡା ଛକରେ ହଠାତ ଏକ ମାଲବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକ୍ ଟାୟାର ଫାଟିଯିବାରୁ ତାପାଖ ଦେଇ ଯାଉଥିବା ଦୁଇ ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ନେଇ ମିଳିଛି ସୂଚନା ।
ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପଟେ ଟ୍ରକରେ ଥିବା ଗହମ, ଡାଲି, ଚଣା ଭଳି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ବଲାଙ୍ଗିର ଏବଂ ଲୋଇସିଂହା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଛତିଶଗଡ ରାୟପୁରରୁ ଟ୍ରକଟି ବଲାଙ୍ଗିରକୁ ଆସୁଥିବା ବେଳେ ଅଗ୍ନିକାଣ୍ଡ ହୋଇଛି । ତେବେ ଟ୍ରକରେ ଥିବା ୧୫ ଲକ୍ଷ ଟଙ୍କାର ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍