କଟକ : କଟକରେ ସିଏମ୍ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା । ରାସ୍ତା ଉପରେ ଧାରଣା ଦେଲେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ । ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ ଆଜି ଉଚ୍ଛେଦ କରାଯାଉଥିଲା । ତେବେ ବ୍ୟବସାୟୀ ଓ ଉଠା ଦୋକାନୀ ଦାବି କରିଥିଲେ ଯେ, ପ୍ରଥମେ ଥଇଥାନ ଏବଂ ପରେ ଉଚ୍ଛେଦ କରାଯାଉ ।
ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍ କରାଯାଉ କଟକ ସହରରେ ଜମି, ଘର ଓ ଦୋକାନ ହରାଇଥିବା ଲୋକଙ୍କୁ ପ୍ରଥମେ ଥଇଥାନ କରାଯାଇ ପରେ ଉଚ୍ଛେଦ କରାଯାଇଥିବା ବେଳେ ଏଠାରେ କାହିଁକି ସରକାର ବଳ ପ୍ରୟୋଗ କରୁଛନ୍ତି ବୋଲି ବ୍ୟବସାୟୀ ପ୍ରଶ୍ନ କରିଥିଲେ । ସେପଟେ ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ହଟିଛନ୍ତି ବ୍ୟବସାୟୀ ଏବଂ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି