ରାଉରକେଲା : ରାଉରକେଲାରେ ପୁଣି ଜିଏସଟି ଫାଙ୍କି ଅଭିଯୋଗ । ସ୍ଥାନୀୟ କୋଏଲ ନଗର ଏବି ଛକରେ ଜଣେ ସାମ୍ବାଦିକଙ୍କ ଘର ସାମ୍ନାରେ ଜିଏସଟି ବିଭାଗ ପକ୍ଷରୁ ଲଟକା ଲାଗିଛି । ଚଳିତ ମାସ ୭ ତାରିଖରେ ଜିଏସଟି ବିଭାଗ କାର୍ଯ୍ୟ।ଳୟକୁ ଯାଇ ନିଜର ଡକ୍ୟୁମେଂଟ ସହ ହାଜର ହେବାକୁ ଲଟକାରେ ଉଲ୍ଲେଖ ରହିଛି ।
ତେବେ ସାମ୍ବାଦିକଙ୍କ ଘରେ ତାଲା ପଡିଥିବା ଦେଖିବାକୁ ମିଳିଛି ନାୟକ ଏଣ୍ଟର ପ୍ରାଇଜେସ ନାଁରେ ଏକ କମ୍ପାନୀ ଖୋଲାଯାଇ ଜିଏସଟି ଫାଙ୍କି ଥିବା ନେଇ ଅଭିଯୋଗ ରହିଛି । କଟକର ଜିଏସଟି ବିଭାଗ ପକ୍ଷରୁ ଏହି ନୋଟିସ ଲାଗିଛି ତେବେ ସମ୍ପୃକ୍ତ ସାମ୍ବାଦିକଙ୍କ ପ୍ରତିକ୍ରିୟା ମିଳିପାରିନି ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ