
ଭୁବନେଶ୍ୱର : ବାଘୁଣୀ ସୁନ୍ଦରୀକୁ ଫେରାଇ ନେବ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ମିଳିଥିବା ସୂଚନା ଅନୁସାରେ, କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ତାକୁ ରଖାଯିବ। ତେବେ ସେଠାରେ ବାଘୁଣୀକୁ ରଖିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ସୁନ୍ଦରୀର ଯତ୍ନ ନେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ବାଘୁଣୀ ସମ୍ପର୍କରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଶିବରାଜ ।
ଏନେଇ ଶିବରାଜ ଟୁଇଟ କରି ମଧ୍ୟ ଜଣାଇଛନ୍ତି । ବାଘୁଣୀ ସୁନ୍ଦରୀ ଓ ତାହାର ସାଥୀ ବାଘକୁ ମଧ୍ୟପ୍ରଦେଶ ସରକାର ୨୦୧୮ରେ ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟି NTCA ଏବଂ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ପ୍ରଦାନ କରିଥିଲେ। ତେବେ ସାତକୋଶିଆରେ ବାଘର ମୃତ୍ୟୁ ହେବା ପରେ ବାଘୁଣୀକୁ ଫେରାଇ ନେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଓଡ଼ିଶା ସରକାର ଓ NTCA ଅନୁରୋଧ କରିଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍