January 30, 2026

୧୨୩ତମ ନେତାଜୀ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩/୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ନେତାଜୀଙ୍କର ଅତୁଳନୀୟ ସାହସ ଏବଂ ଔପନିବେଶବାଦକୁ ପ୍ରତିରୋଧ ନିମନ୍ତେ ଅବଦାନ ନିମନ୍ତେ ଭାରତ ତାଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ଏଥିସହ ନେତାଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ସାହସିକତା ଏବଂ ଅବିସ୍ମରଣୀୟ ଅବଦାନ ନିମନ୍ତେ ଭାରତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ଭାରତୀୟମାନଙ୍କ ପ୍ରଗତି ଏବଂ ମଙ୍ଗଳ ପାଇଁ ନେତାଜୀ ସର୍ବଦା ସ୍ୱର ଉତ୍ତୋଳନ କରିଥିଲେ। ଆଜି ତାଙ୍କ ଜୟନ୍ତୀରେ ତାଙ୍କୁ ସଗର୍ବ ସ୍ମରଣ କରୁଛୁ।

Spread the love