
ପାଟନା : ସୋମବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ । କିନ୍ତୁ ରାଷ୍ଟ୍ରୀୟ ଜନତା ଦଳର ଏହି ଶପଥଗ୍ରହଣ ସମାରୋହକୁ ବୟ କଟ୍ କରିବା ନେଇ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ରହିବେ ନାହିଁ ।
ଆରଜେଡି ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ଦଳ ଶପଥ ଗ୍ରହଣ ଉତ୍ସବକୁ ବହିଷ୍କାର କରିବା ନେଇ ଘୋଷଣା କରିଛି । କାରଣ ଏହି ଜନାଦେଶ ଆରଜେଡିର ବିରୋଧରେ ଅଛି । ଜନାଦେଶକୁ ଶାସନାଦେଶରେ ବଦଳାଯାଇଛି । ବିହାରର ବେରୋଜଗାର, କୃଷକ, ଶିକ୍ଷକମାନଙ୍କୁ ପଚରାଯାଉ ଏନଡିଏ ଜିତିବା ପରେ ସେମାନଙ୍କୁ କଣ ଲାଗୁଛି । ଜେଡିୟୁ ଉପରେ ଜନତାଙ୍କ ଆକ୍ରୋଶ ରହିଛି । ଆରଜେଡିର ଜନପ୍ରତିନିଧି ଜନତାଙ୍କ ସହ ରହିଛନ୍ତି ।
ଟ୍ୱିଟରରେ ଆରଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ, ବିହାରରେ ଦୁଇ ଶକ୍ତିହୀନ ସରକାର ଗଠନ କରୁଛନ୍ତି । ଜଣେ ଶକ୍ତିହୀନ, ଦୁର୍ନୀତିଗ୍ରସ୍ତ ଓ ଶିଥିଳ ପ୍ରମାଣିତ ହୋଇଛନ୍ତି । ଆଉ ଗୋଟିଏ ହେଉଛି ଚେହେରା ନଥିବା ଦଳ । କିନ୍ତୁ ବିହାର ତେଜସ୍ୱୀ ଯାଦବଙ୍କୁ ନିଜର ପ୍ରିୟ ନେତା ବିଚାର କରିଛି ।
ସୂଚନାଯୋଗ୍ୟ, ନୀତିଶ କୁମାର ସନ୍ଧ୍ୟା ୪ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ରାଜଭବନରେ ଆୟୋଜିତ ସମାରୋହରେ ନୀତିଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ