March 27, 2025

ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର,୭/୧: ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷା ଫଳ। ଏଥିରେ ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୭୨ଜଣ ମହିଳା ଅଛନ୍ତି। ତେବେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୬ଜଣ ମହିଳା ଅଛନ୍ତି। କୃତକାର୍ଯ୍ୟ ହୋଇଥିବା ଏହି ପ୍ରାର୍ଥୀମାନେ ଓଡ଼ିଶା ସରକାରଙ୍କ ଗ୍ରୁପ-ଏ ଓ ବି ବର୍ଗରେ ଚାକିରି କରିବେ। ସୂଚନା ଅନୁଯାୟୀ, ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ୨୦୧୮ ମସିହା ପାଇଁ ଅନୁଷ୍ଠିତ ଏହି ପ୍ରଶାସନିକ ସେବା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟ୍ ଅନୁସାରେ ଏଥିରେ ଦେବାଶିଷ ପଣ୍ଡା ଟପ୍ପର ହୋଇଥିବାବେଳେ ତାଙ୍କ ତଳକୁ ଋତୁପୂର୍ଣ୍ଣା ମହାପାତ୍ର, ଆକାଶ କୁମାର ପଣ୍ଡା, ସନ୍ତୋଷିନୀ ଦାଶ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ, ଶତାବ୍ଦୀ ରାୟ, ଦମୟନ୍ତୀ ସାହୁ, ଶକ୍ତି ମହାପାତ୍ର ଓ ସ୍ମରଣିକା ଟୁଲୋ ରହିଛନ୍ତି।

Spread the love