July 27, 2024

Satya News

odia news channel

ରାମଲୀଲା ମୈଦାନରେ ଶପଥ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ,୧୬/୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରବିବାର ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରାମଲୀଲା ମୈଦାନରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ କେଜ୍ରିୱାଲଙ୍କ ସହ ଆଉ ୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ମଞ୍ଚ ଉପରେ ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୋଲିସ, ଡ୍ରାଇଭର, ଚପରାସୀଙ୍କ ଭଳି କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। ଶପଥ ନେଲା ପରେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ‘ଦିଲ୍ଲୀରୁ ଦେଶର ନୂଆ ରାଜନୀତି ଆରମ୍ଭ ହୋଇଛି ଏବଂ ‘ସବକା ସାଥ ସବକା ବିକାଶ’ ମନ୍ତ୍ର ନେଇ ଏହି ସରକାର କାମ କରିବାକୁ ଚାହୁଁଛି। ଏଥିସହ କେନ୍ଦ୍ର ସରକାରଙ୍କ ସହ ମିଶି ଦିଲ୍ଲୀର ବିକାଶ ପାଇଁ କାମ କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଲୋଡିଛନ୍ତି।

Spread the love