February 28, 2026

ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କର: କୋର୍ଟ

 

ଭୁବନେଶ୍ୱର: ସାରୁଅ ମାମଲାରେ ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।ବାଘମାରୀ ଥାନା ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା SDJM। ସମସ୍ତ ୩ଟି ଘଟଣାରେ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୧- ଷ୍ଟୁଡିଓ ପାଚେରୀ ଭଙ୍ଗା ଓ ଜବରଦସ୍ତି ଭିତରେ ପଶିବା ମାମଲା

୨- ସାଇଟ ଇଂଜିନିୟର ଓ ସୁପରଭାଇଜରଙ୍କୁ ମାଡ଼ ମରାଯିବା ଘଟଣା

୩-ବେଆଇନ ଭାବେ ୧୮ ଦିନ ହେଲା ଘେରାଉ, ଅବରୋଧ ମାମଲା

୩ଟି ମାମଲାକୁ ରେଜିଷ୍ଟ୍ରୀ କରି ତଦନ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ଡିସେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିପକ୍ଷର ଏତଲା ଗ୍ରହଣ କରିଥିଲେ ବି ଓଟିଭି ଏତଲା ଗ୍ରହଣ ହୋଇନଥିଲା। ଏତଲା ଦେଇଥିବା ସତ୍ତ୍ୱେ ବାଘମାରୀ ପୋଲିସ ଗ୍ରହଣ କରିନଥିଲା।

 

Spread the love