May 14, 2025

ପାହାଡ଼ ତଳକୁ ଖସି ଯାଇଥାନ୍ତା ବସ୍‌, ଉପସ୍ଥିତ ବୁଦ୍ଧି ଲଗାଇ ୪୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର

 

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁସାରେ, ପାଢ଼ୀ ନାମକ ଏକ ଘରୋଇ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଜପୁରରୁ ରାଉରକେଲା ଯାଉ ଥିବାବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ପାହାଡ଼ ଧାରରେ ଥିବା ଡ୍ରେନକୁ ବସ୍ ଖସାଇ ଅଟକାଇ ଥିଲେ। ଫଳରେ ବସ୍‌ଟି ପାହାଡ଼ ତଳକୁ ଆଉ ଖସି ପାରିନଥିଲା।

Spread the love