January 21, 2025

ପରୀ ହତ୍ୟା ମାମଲା: NCPCR ନିକଟରେ ହାଜର ହେଲେ ନୟାଗଡ଼ ଏସ୍‌ପି ଓ ଜିଲ୍ଲାପାଳ

 

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-ଏନ୍‌ସିପିସିଆରଙ୍କ ନିକଟରେ ହାଜର ହୋଇଛନ୍ତି। ଭିଡିଓ କନଫରେନ୍ସିଂରେ ଦୁଇ ଅଧିକାରୀ ହାଜର ହୋଇ ଘଟଣା ନେଇ ନିଜର ଜବାବ ରଖିଛନ୍ତି।

ଉଭୟ ଅଧିକାରୀଙ୍କୁ ହାଜର ହେବା ଲାଗି ଏନ୍ସିପିସିଆର ନୋଟିସ କରିଥିଲେ। ନଭେମ୍ବର ୩୦ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏନ୍‌ସିପିସିଆର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ଭେଟି ପରୀ ହତ୍ୟାର ତଦନ୍ତ ନେଇ ଦାବି କରିଥିଲେ।

ଏପଟେ ପରୀ ପାଇଁ ପଦଯାତ୍ରା କରିବ ବିଜେପି। ଡିସେମ୍ବର ୧୫ରୁ ୨୦ ତାରିଖ ଯାଏ ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ହେବ।  ଏବଂ ଏଥିରେ ପରୀକୁ ନ୍ୟାୟ ଦାବି କରାଯିବ।

ସେହିପରି ଡିସେମ୍ବର ୨୧ରେ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁର ଯାଏଁ ବିଶାଳ ପଦଯାତ୍ରା କରିବାକୁ ଭାରତୀୟ ଜନତା ପାର୍ଟି ନିଷ୍ପତି ନେଇଛି।

Spread the love