February 17, 2026

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ବାବୁଲି ନାୟକକୁ ମାରାଥନ ଜେରା

 

ନୟାଗଡ଼: ପରୀ ହତ୍ୟା ମାମଲାରେ SIT ତନାଘନା ଆରମ୍ଭ କରିଛି। ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ ସହିତ ତାକୁ ମାରାଥନ ଜେରା କରାଯାଇଥିବା ସୂଚନା ମିଳିଛି।

ଗତକାଲି ବାବୁଲିକୁ ଜେରା କରିବା ପରେ SIT ତାକୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ପୁଣି ଜେରା ପାଇଁ ବାବୁଲି ଓ ତାର ଡ୍ରାଇଭରକୁ ନିଆଯାଇଛି। କୁନି ଝିଅ ପରୀର ହତ୍ୟା ପଛରେ ବାବୁଲିର ହାତ ଥିବା ପରୀଙ୍କ ପରିବାର ଅଭିଯୋଗ କରି ଆସୁଛନ୍ତି। ଅଙ୍ଗ ତସ୍କରି ପାଇଁ ଝିଅକୁ ହତ୍ୟା କରାଯାଇଛି ବୋଲି ପରିଙ୍କ ପରିବାର ଲୋକେ ପୂର୍ବରୁ କହିଛନ୍ତି।

ତେବେ ବାବୁଲି ନାୟକ କାହିଁକି ପରୀଙ୍କ ପରିବାରକୁ ଆକ୍ରମଣ କରିଥିଲା, ସେ ନେଇ SIT ଖୋଳତାଡ଼ କରୁଛି। ଘଟଣା ଦିନ ବାବୁଲି ଓ ତାର ଡ୍ରାଇଭର ବିଜୟ ବେହେରା କେଉଁଠି ଥିଲେ ତାର ତନାଘନା କରାଯାଉଛି। ବିଜୟର ଘର ସର୍ଚ୍ଚ କରାଯିବା ସହିତ ତାକୁ ମଧ୍ୟ ଜେରା କରାଯାଇଛି।

Spread the love