
ନୟାଗଡ : ପରୀ ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ଆସୁଛି ବିଜେପି । ଏହି ପରିପ୍ରେକ୍ଷୀରେ ସୋମବାର ନୟାଗଡ ଯଦୁପୁର ଗସ୍ତରେ ଯାଉଛି ବିଜେପିର ଏକ ଟିମ୍ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ କିଛି ବିଧାୟକ ନୟାଗଡ ଗସ୍ତ କରୁଛନ୍ତି ।
ଏହି ଟିମ୍ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ଯଦୁପୁରରେ ପହଞ୍ଚିବ । ସେଠାରେ ନାବାଳିକା ପରୀର ପରିବାର ସହ ଆଲୋଚନା କରିବ ଟିମ୍ । ପରୀ ମୃତ୍ୟୁ ଘଟଣାର ସିବିଆଇ ଦ୍ବାରା ତଦନ୍ତ ଏବଂ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ବିଧାନସଭାକୁ ଅଚଳ କରାଯାଇଥିଲା । ଏହି ଲଢ଼େଇରେ ବିଜେପି ସାମିଲ ରହିବ ଓ ପରୀ ପାଇଁ ନ୍ୟାୟକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବା ପାଇଁ ଦଳ ବଦ୍ଧ ପରିକର ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍