July 27, 2024

Satya News

odia news channel

ପରୀ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହ।ୟତ। ?

 

ନୟାଗଡ : ପରୀ ପରିବାର ପାଇବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଏନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟେ।ଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି । ତେବେ ପରୀ ହତ୍ୟା ପଛରେ ବଳି ପ୍ରଥା ଥାଇପାରେ ବୋଲି ସେ ଆଶଙ୍କା ମଧ୍ୟ କରିଛନ୍ତି ।

ଏହାଛଡ଼ା ରାଜ୍ୟରେ ୫୫୦୩ ଜଣ ଶିଶୁ ନିଖୋଜ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ, ଶିଶୁଙ୍କ ନିଖୋଜ ନେଇ ୩ ମାସିଆ ତ୍ୱରିତ ସର୍ଭେ କରାଯିବ । ସବୁ ସ୍ଥାନରୁ ତଥ୍ୟ ସଂଗ୍ରହ ହୋଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯିବ ।

ଏହାଛଡ଼ା ଜିଲ୍ଲା, ବ୍ଲକ ପଞ୍ଚାୟତ ସ୍ତରରେ ପ୍ରତିନିଧିଙ୍କୁ ସକ୍ରିୟ କରାଯିବ ବେ।ଲି ସେ କହିଛନ୍ତି । କେରଳରେ ନିଖୋଜ ଶିଶୁ ଉଦ୍ଧାର ହାର ୯୪ ପ୍ରତିଶତ ରହିଛି ସେହି ତୁଳନାରେ ଓଡିଶା ବହୁତ ତଳେ ରହିଛି କିଭଳି ଏଥିରେ ଉନ୍ନତି ହେବ ସେ ନେଇ ରୋଡ ମ୍ୟାପ ପ୍ରସ୍ତୁତି ହୋଇଛି ବୋଲି ସଂଧ୍ୟାବତୀ ସୂଚନା ଦଇଛନ୍ତି ।

Spread the love