March 11, 2026

ପରୀ ପରିବାରକୁ ଥାନାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

 

ନୟାଗଡ: ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା ତଦନ୍ତର ଦିଗ ଓ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଲେ ପରିବାର ଲୋକେ। ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି ପରୀର ମା। ଏପରିକି ତଦନ୍ତ କରିବାକୁ ଆସିଥିବାବେଳେ ନୟାଗଡ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ପରୀର ପରିବାର। ସେମାନଙ୍କୁ ମାଡ ମାରିଥିବା ଏବଂ ଗାଳିଗୁଲଜ ବି କରିଥିବା ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନି।

ସେପଟେ ଦୁର୍ବୃତ୍ତ ମାନେ ତାଙ୍କ ଅଟୋ ଭଙ୍ଗିଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଅଟୋ ମରାମତି ପାଇଁ ଆଉ ସମ୍ବଳ ନାହିଁ ତେଣୁ ପରିବାର ପ୍ରତିପୋଷଣ ଲାଗି ସେ ନିଜର ଅଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । କିନ୍ତୁ ପରୀକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି ।

Spread the love