
କଟକ: ଆଠଗଡରେ ପୋଲିସ ଉପରକୁ ବୋମାମାଡରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଏପରି ଉତ୍ତେଜନା ପ୍ରକାଶ ପାଇଥିବା ନେଇ ସୂଚନା ରହିଛି। ତେବେ ଖୁଣ୍ଟୁଣି ଥାନା ଡ଼ାଳଭାବ ଗାଁରେ ପୋଲିସ ଉପରକୁ ବୋମାମାଡ ହୋଇଛି। ପ୍ରକାଶଯୋଗ୍ୟ, ଯେଉଁମାନଙ୍କ ଜମି ଉପରେ ଟାୱାର ଲାଇନ ଟଣା ହେଉଥିଲା ସେମାନେ କ୍ଷତିପୂରଣ ମାଗିଥିଲେ। ବିନା କ୍ଷତିପୂରଣରେ କେମିତି ତାର ଟଣାଯିବ ସେନେଇ ପ୍ରଶ୍ନ କରିଥିଲେ ଚାଷୀ?
ତେବେ ପୋଲିସ ଉପସ୍ଥିତିରେ ଆଜି ତାର ଟଣାଯାଉଥିଲା। କିନ୍ତୁ ଉତ୍ତ୍ୟକ୍ତ ଚାଷୀମାନେ ପୋଲିସ ଉପରକୁ ବୋମାମାଡ କରିଥିଲେ। ହେଲେ ବୋମାମାଡ ପରେ ଦୁର୍ବୃତ୍ତ ଚମ୍ପଟ ମାରିଥିବା ନେଇ ସୂଚନା ରହିଛି। ତେବେ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ ୨ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି କେଉଁ ପରିସ୍ଥିତିରେ ଆଉ କିଏ ପୋଲିସ ଉପରକୁ ବୋମାମାଡ କଲେ ତାହାର ଅନୁଧ୍ୟାନ କରୁଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍