July 27, 2024

Satya News

odia news channel

ନୀତିଶ କୁମାରଙ୍କ ପ୍ରତିଦ୍ବନ୍ଦ୍ବୀ ହେବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ,୧୮/୨: ଜେଡି(ୟୁ)ରୁ ବହିଷ୍କୃତ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ସେ ମଙ୍ଗଳବାର ଏକ ବଡ଼ ଘୋଷଣା କରିବେ। ସୂଚନା ଅନୁଯାୟୀ, ବିହାରରେ ଏବେ ସେ ପରିଚାଳକ ଭାବେ ନୁହେଁ ବରଂ ରାଜନୈତିକ ଯୋଦ୍ଧା ଭାବେ ମଇଦାନକୁ ଆସି ମୁକାବିଲା କରିବେ ବୋଲି ଏକ ସାକ୍ଷାତକାରରେ ସୋମବାର ପ୍ରଶାନ୍ତ ସ୍ପଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି, ମୋର ଜନ୍ମ ଏଠାରେ ହୋଇଥିବାରୁ ବିହାର ସହ ମୋ ସମ୍ପର୍କ ଅତି ଘନିଷ୍ଠ। ଅନ୍ୟପକ୍ଷରେ ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳର ପରିଚାଳକ ଭାବେ କାମ କରିଥିବାବେଳେ ବିହାରରେ ଜଣେ ରାଜନୈତିକ ବ୍ୟକ୍ତିଭାବେ କାମ କରିଥିବାରୁ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇପାରିବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସେ ଫେବ୍ରୁଆରୀ ୧୧ ତାରଖରେ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଘୋଷଣା କରିବେ ବୋଲି କହିଥିଲେ।

Spread the love