ଭୁବନେଶ୍ୱର,୯/୧: ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ସମାରୋହ ପାଳନ କରିବାକୁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ। ଦଳର ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ସମେତ ବିଜୁ ଯୁବ ଜନତା ଏବଂ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା ବସି ଯୋଜନା ପ୍ରସ୍ତୁତ କରିଛନ୍ତି। ବିଜୁ ଜୟନ୍ତୀରେ ରକ୍ତଦାନ, ସଫେଇ କାର୍ଯ୍ୟକ୍ରମ ସାଙ୍ଗକୁ ଓଡିଶା ମୋ ପରିବାର କାର୍ଯ୍ୟକ୍ରମ ଆଗକୁ ବଢେଇବା ପାଇଁ ଯୋଜନା କରିଛନ୍ତି। ଏଥିସହ ସରକାରଙ୍କ ୨୦ବର୍ଷ ପୂର୍ତ୍ତି ଉତ୍ସବ ରାଜ୍ୟର ସବୁ ଜିଲ୍ଲାରେ କରାଯିବ ବୋଲି ଜଣାପଡିଛି। ବିଜୁବାବୁଙ୍କ ଡ଼ାକୋଟା ବିମାନ ଓଡିଶା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଛି। ବିଜୁବାବୁଙ୍କ ଆଦର୍ଶ ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ