July 27, 2024

Satya News

odia news channel

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬/୧: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରବିବାର ରାଜଧାନୀ ଦିଲ୍ଲୀର ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି। ଆଜିର ମୁଖ୍ୟଅତିଥି ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋଙ୍କ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚିବା ପରେ ତିନି ସେନା ସେମାନଙ୍କୁ ସ୍ୱାଗତ ଜଣାଇ ରାଷ୍ଟ୍ରପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ ସହ ୨୧ଟି ତୋପ ସଲାମୀ ଦିଆଯାଇଥିଲା। ପରେ ଆକାଶରୁ ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର୍‌ ସବୁ ରାଜପଥରେ ପୁଷ୍ପ ବୃଷ୍ଟି କରିଥିଲେ।

president ram nath kovind hoisted flag at rajpath

‘ସିଆର୍‌ପିଏଫ୍‌’ର ବାଇକ୍‌ ଆରୋହୀ ମହିଳା ଟିମ୍‌ ପ୍ରଥମ ଥର ଲାଗି ରାଜପଥରେ ଡେୟାର୍‌ ଡେଭିଲ୍‌ ଷ୍ଟଣ୍ଟ୍‌ ପ୍ରଦର୍ଶନ କରିଥିଲେ। ଏହାପରେ ଫାର୍ଷ୍ଟ ମାଚିଙ୍ଗ୍‌ କଣ୍ଟିଜେଣ୍ଟ୍‌, ପରାସୁଟ୍‌ ରେଜିମେଣ୍ଟ୍‌ ରାଜପଥରେ ପରେଡ୍‌ ପ୍ରଦର୍ଶନ କରିଥିଲେ। ସେମାନଙ୍କ ପଛକୁ ନୌସେନା କଣ୍ଟିଜେଣ୍ଟ୍‌ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ। ସେମାନଙ୍କ ପଛକୁ ନୌସେନାର ପ୍ରଜ୍ଞାପନ ମେଢ଼ ଆସିଥିଲା। ତା’ପରେ ପରେ ବାୟୁସେନାର ପ୍ରଜ୍ଞାପନ ମେଢ଼ ରାଜପଥରେ ଗଡ଼ିଥିଲା।

Spread the love