January 23, 2026

ଚଳିତମାସରେ ୩ଥର ବସିବ ପ୍ରମୋସନ ଅଦାଲତ

ଭୁବନେଶ୍ୱର,୧୬/୧: ଚଳିତମାସରେ ୩ଥର ବସିବ ପ୍ରମୋସନ ଅଦାଲତ। ଜାନୁଆରୀ ୨୮, ୨୯ ଓ ୩୧ରେ ଏହି ଅଦାଲତ ବସିବ। ପ୍ରମୋସନରୁ ବଞ୍ଚିତ କର୍ମଚାରୀମାନଙ୍କୁ ଆଉ ଏକ ସୁଯୋଗ ମିଳିବ। ଫଳରେ ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ତଥା ପ୍ରମୋସନରୁ ବଞ୍ଚିତ କର୍ମଚାରୀମାନଙ୍କୁ ୨୩ ତାରିଖ ସୁଦ୍ଧା gadmin.or@nic.in ଇ-ମେଲ ଠିକଣାରେ ଆବେଦନ କରିବାକୁ ଅନୁରୋଧ କରାଯାଇଛି। ସୂଚନାନୁଯାୟୀ, ୬ଟି ସ୍ଥାନରେ ୬ଜଣ ବରିଷ୍ଠ ଆଇଏଏସ ଅଫିସର ଏହି ଆବେଦନଗୁଡ଼ିକର ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟ ଶାସନ ସଚିବ, ଗୋପବନ୍ଧୁ ଏକାଡ଼େମିରେ ଆଇଏଏସ ସୁରେଶ ମହାପାତ୍ର, କୃଷି ଭବନରେ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ର, କଳିଙ୍ଗ ଷ୍ଟାଡ଼ିୟମରେ ଆଇଏଏସ ଆରକେ ଶର୍ମା, ଏସଆଇଆରଡି କନଫରେନ୍ସ ହଲରେ ଆଇଏଏସ ପ୍ରଦୀପ ଜେନା ଏବଂ ଇଡକୋ କନଫରେନ୍ସ ହଲରେ ଆଇଏଏସ ମୋନା ଶର୍ମା ଉକ୍ତ ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

Spread the love