June 15, 2024

Satya News

odia news channel

ଏସସି/ଏସଟି ଉନ୍ନୟନ ବିଭାଗ ମୋ’ ସରକାରରେ ସାମିଲ

ଭୁବନେଶ୍ୱର,୧୬/୧: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଧବାର ଏସସି/ଏସଟି ଉନ୍ନୟନ ବିଭାଗ ମୋ’ ସରକାରରେ ସାମିଲ ହୋଇଛି। ଏଣିକି ଏହି ବିଭାଗର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ କଥା ହେବେ। ସୂଚନାଯୋଗ୍ୟ, ପୂର୍ବରୁ ମୋ’ ସରକାରରେ ବହୁ ବିଭାଗ ସାମିଲ ହୋଇସାରିଛି। ଆଗାମୀ ଦିନରେ ସମସ୍ତ ବିଭାଗକୁ ମୋ’ ସରକାର ଅଧୀନକୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରିଥିବା ଜଣାପଡ଼ିଛି।

Spread the love