
କଟକ: ପୁଣି ଏକ ନକଲି ମସଲା କାରଖାନା ଠାବ। କଟକ ଜଗତପୁର ଶିଳ୍ପାଞ୍ଚଳରେ ହଳଦୀ ଓ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ ହୋଇଛି। ୫୦ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି।
ନାମୀଦାମୀ କଂପାନୀ ଷ୍ଟିକର ସହ ବିପୁଳ କଞ୍ଚାମାଲ୍ ଓ ମେସିନ୍ ଜବତ କରିଛି। ପୋଲିସ ଜଗତପୁର ଶିଳ୍ପାଞ୍ଚଳରେ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି ପୋଲିସ।
ଗତ ଦୁଇ ଦିନ ଧରି କଟକ ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଜବତ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତି ମାସରେ କଟକ ଓ ଆଖପାଖ ଅଞ୍ଚଳରୁ ଏଭଳି ଅପମିଶ୍ରଣ କାରବାର ସାମ୍ନାକୁ ଆସୁଛି।
କମିଶନରେଟ୍ ପୋଲିସ ଓ କଟକ ମହାନଗର ନିଗମ ହେଲ୍ଥ ଟିମ୍ ଗତ ଦୁଇ ଦିନରେ କଟକ ମାଲଗୋଦାମ ଅଞ୍ଚଳର ୩ଟି ଗୋଦାମ ଓ ଦୋକାନରେ ଚଢଉ କରି ଲକ୍ଷାଧିକ ଟଙ୍କାର ନକଲି ଖାଦ୍ୟ ସାମଗ୍ରୀ ଜବତ କରିଛି। ଏଥିସହ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ସେପଟେ ମାଲଗୋଦାମରେ ଏଭଳି ନକଲି କାରବାର କିଭଳି ରୋକିହେବ ସେ ନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛି ମାଲଗୋଦାମ ବ୍ୟବସାୟୀ ସଂଘ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ