January 16, 2025

ରାଜଧାନୀରେ ଚିହ୍ନଟ ହେଲେ ୫୧ ସଂକ୍ରମିତ, ସୁସ୍ଥ ହୋଇ ଘରକୁ ଫେରିଲେ ୭୧

 

ଭୁବନେଶ୍ଵର : ଦୀର୍ଘ ତିନିରୁ ଚାରି ମାସ ହେବ କରୋନାର ହଟ୍‌ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ଵରରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଛି। କରୋନା ସଂକ୍ରମଣ ହ୍ରାସ ପାଇବା ଡାକ୍ତରୀ ଦଳକୁ ଆଶ୍ଵସ୍ତି କରିଛି। ଦିନେ ରାଜଧାନୀରୁ ଯେଉଁଠି ଶହ ଶହ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଏବେ ସେଠି ଦୈନିକ ୧୦୦ରୁ କମ୍ ଚିହ୍ନଟ ହେଉଛନ୍ତି। ଏଥିସହ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି।

ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପି ୩୦,୦୭୦ରେ ପହଞ୍ଚିଛି।। ଅପରପକ୍ଷେ ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଟ୍ଵିଟ୍ କରି ଶନିବାର ଏହାର ସୂଚନା ଦେଇଛି।

ବିଏମସି ଅନୁଯାୟୀ ନୂତନ ଚିହ୍ନଟ ୫୧ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬ ଠାବ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୩୫ ରହିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୭୦କୁ ବୃଦ୍ଧି ଘଟିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ୨୯୧୪୫ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨ରେ ପହଞ୍ଚିଛି। ସକ୍ରିୟ କେସ୍ ସଂଖ୍ୟା ୭୧୨ ରହିଛି।

Spread the love