July 27, 2024

Satya News

odia news channel

ରାଜ୍ୟରେ ୨୪ ଘଣ୍ଟାରେ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ

 

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ଜଣ ୧୫୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୯ ଲୋକାଲ କେସ ଥିବା ଜଣାଯାଇଛି। ୨୯ ଜିଲ୍ଲାରୁ ୨୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଜିଲ୍ଲାରୁ କେହି  ଚିହ୍ନଟ ହୋଇ ନା ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ତେବେ ଆଜି ସୁନ୍ଦରଗଡରୁ ୩୧ ଜଣ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରେ ୨୧,  ବାଲେଶ୍ୱରରୁ ୨, ବରଗଡରୁ ୧୯, ଭଦ୍ରକରୁ ୬,ସୋନପୁରରୁ ୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ବୌଦ୍ଧରୁ ୨, ଦେବଗଡରୁ ୪, ଢେଙ୍କାନାଳରୁ ୧, ଗଜପତିରୁ ୧୮, ଗଞ୍ଜାମରୁ ୫, ଯାଜପୁରରୁ ୯, ଝାରସୁଗୁଡାରୁ ୧୫, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୧୧, ମୟୂରଭଞ୍ଜରୁ ୧୧, ନୂଆପଡ଼ାରୁ ୮, ପୁରୀରୁ ୯, ରାୟଗଡାରୁ ୩ ଏବଂ ସମ୍ବଲପୁରରୁ ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଠିକ ସେହିପରି ଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୮, ୬୪୫ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୫୦,୨୮୪ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୬୪୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦୧ ମୃତ୍ୟୁ ରେକର୍ଡ କରାଯାଇଛି।

Spread the love