
କଂଗ୍ରେସ ସୋସିଆଲ ମେଡିଆର ଗୁରୁତ୍ବପୂର୍ଣ୍ଣ ବୈଠକ ଓ ତାଲିମ ସମ୍ପର୍କିତ କର୍ମଶାଳା
ଅଖିଳ ଭାରତ ଜାତୀୟ କଂଗ୍ରେସ ସୋସିଆଲ୍ ମେଡିଆ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଦିବା ୧୧ ଘଟିକାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମେଡିଆର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଓ ତାଲିମ ସମ୍ପର୍କିତ କର୍ମଶାଳା କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି
ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମେଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କଂଗ୍ରେସ ସୋସିଆଲ ମେଡିଆର ଜାତୀୟ ସଂଯୋଜକ ବିପିନ ଯାଦବ ଓ ମେଡିଆ ବିଭାଗ ସଂଯୋଜକ ସତ୍ୟ ପ୍ରକାଶ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ
ଏହି ବୈଠକରେ ରାଜ୍ୟ କଂଗ୍ରେସ ସୋୟସିଆଲ ମେଡିଆର କାର୍ଯ୍ୟକାରିଣୀ ସଦସ୍ୟ ତଥା ମୁଖ୍ୟ କର୍ମକର୍ତା ଯୋଗ ଦେଇ କଂଗ୍ରେସ ସୋସିଆଲ ମେଡିଆର ଭୂମିକା ଓ କାର୍ଯ୍ୟକାରିତା ସମ୍ପର୍କରେ ତାଲିମ ନେଇଥିଲେ
ଏଥିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯୋଗ ଦେଇ କହିଥିଲେ କି,ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ଯେଉଁଭଳି ଲୋକଙ୍କ ସମସ୍ୟା,ଦୁର୍ନିୀତି ସରକାରଙ୍କ ପାଖରେ ପହଂଚାଇବା କଥା, ତାହା ଭୂଲି ଯାଇଛି ା
ତେଣୁ ସୋସିଆଲ ମେଡିଆ ହିଁ ଏକମାତ୍ର ପୃଷ୍ଠଭୂମି ଯାହା ଜଣେ ସାଧାରଣ ଲୋକଙ୍କ ସ୍ବରକୁ ଲୋକ ଓ ସରକାରଙ୍କ ପାଖରେ ପହଂଚାଇ ପାରିବ ା
ତେଣୁ ରାଜ୍ୟରେ କଂଗ୍ରେସ ସୋସିଆଲ ମେଡିଆକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ
ଏଥିସହ ସୋସିଆଲ ମେଡିଆ ହିଁ ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶାରେ କିପରି କଂଗ୍ରେସ ସରକାର କ୍ଷମତାକୁ ଫେରିବ ଏବଂ ମିଶନ ୯ରୁ ୯୦ ବିଧାୟକ ଦଖଲ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ, ସେ ନେଇ ଆଲୋକପାତ କରାଯାଇଥିଲା
ଏଥିସହ ରାଜ୍ୟରେ ଥିବା ସମସ୍ୟା,ଦୁର୍ନୀତି,ଦରଦାମ ବୃଦ୍ଧି,ବେକାରୀ,ନିଯୁକ୍ତି,ବିଜେପିର ମିଥ୍ୟା ପ୍ରୋପାଗଣ୍ଡା ଏବଂ ବିଜେଡି-ବିଜେପିର ଭାଗିଦାରୀକୁ ନେଇ କିଭଳି କଂଗ୍ରେସ ଲୋକଙ୍କ ପାଖରେ ପଂହଚିବ ସେ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ
ସୋସିଆଲ ମେଡିଆ ହିଁ ଏକମାତ୍ର ସାମାଜିକ ଗଣମାଧ୍ୟମ ଯାହା ଲୋକଙ୍କ ଏକମାତ୍ର ସ୍ବର ହୋଇପାରିବ ଏବଂ ଓଡ଼ିଶାରେ ପରିବର୍ତନ ଆଣିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ
ଦେଶରେ କଂଗ୍ରେସ ଓ ଗାନ୍ଧୀ ପରିବାର ହିଁ ଦେଶକୁ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବାକୁ ସକ୍ଷମ ହୋଇଥିଲାା ବିଜେଡି-ବିଜେପି ଯେତେ ମିଥ୍ୟା ପ୍ରୋପାଗଣ୍ଡା କରି କଂଗ୍ରେସ ଓ ଗାନ୍ଧୀ ପରିବାରକୁ ବଦନାମ କରିବା ସହ କଂଗ୍ରେସର ସ୍ବରକୁ ଚାପିବାକୁ ଚେଷ୍ଟା କଲେ ମଧ୍ୟ ତାହା କେବେ ସମ୍ଭବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ
ବରଂ କଂଗ୍ରେସ କିପରି ଆହୁରି ମଜଭୂତ ହେବ ଏବଂ କଂଗ୍ରେସର ହାତମୁଠାକୁ ଟାଣ କରାଯିବ,ସେ ସମ୍ପର୍କରେ କହିଥିଲେ
ସେହିଭଳି ମେଡିଆ ବିଭାଗ ସଂଯୋଜକ ସତ୍ୟ ପ୍ରକାଶ ନାୟକ ସୋସିଆଲ ମେଡିଆର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଏହା କିପରି ସୁଦୁର ପ୍ରସାର ହୋଇପାରିବ ଓ ପ୍ରଭାବ ପକାଇପାରିବ,ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ
କଂଗ୍ରେସ ସୋସିଆଲ ମେଡିଆ ଜାତୀୟ ସଂଯୋଜକ ବିପିନ ଯାଦବ ମଧ୍ୟ ଏହି ବୈଠକରେ ଯୋଗ ଦେଇ କଂଗ୍ରେସ କର୍ମୀମାନେ କିଭଳି ସୋସିଆଲ ମେଡିଆରେ ଅଧିକରୁ ଅଧିକ କାମ କରିବେ ଏବଂ କଂଗ୍ରେସ ଓ ଗାନ୍ଧୀ ପରିବାରର ଇତିହାସ,ଦେଶ ଗଠନରେ କଂଗ୍ରେସ ଭୂମିକା କିଭଳି ଲୋକଙ୍କ ପାଖରେ ପଂହଚିବ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ ଏବଂ କିଭଳି ସହଜରେ ସରଳ ଉପାୟରେ ସୋସିଆଲ ମେଡିଆରେ କାର୍ଯ୍ୟ କରି ହେବ,ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ
ରାଜ୍ୟ କଂଗ୍ରେସ ସୋସିଆଲ ମେଡିଆ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ବିଭିନ୍ନ ଜିଲ୍ଲା ଓ ବ୍ଲକ୍ରୁ ଆସିଥିବା ରାଜ୍ୟସ୍ତରୀୟ କର୍ମକର୍ତାମାନଙ୍କୁ ସୋସିଆଲ ମେଡିଆରେ ଅଧିକ ସକ୍ରିୟ ରହିବା ସହ ଆଗାମୀ ୨୦୨୪ ନିର୍ବାଚନ ପାଇଁ କିଭଳି ବିଜେଡି-ବିଜେପିକୁ ପ୍ରତିହତ କରାଯାଇପାରିବ,ସେ ସମ୍ପର୍କରେ କୌଶଳ ପ୍ରଦାନ କରିଥିଲେ
ଏହି ବୈଠକରେ ସଂଗ୍ରାମ କେଶରୀ ମହାନ୍ତି, ପିତବାସ ପଣ୍ଡା, ଚନ୍ଦନ ରାୟ, କୈଳାଶ ସାହୁ, ଜଗତ ଜୀବନ ମହାନ୍ତି, ମହିପରା ନିଖତ୍, ଆଶିଷ ସ୍ୱାଇଁ,ମାନସ ଆଚାର୍ଯ୍ୟ, ସନ୍ତୋଷ ପ୍ରଧାନ, ରାଜ ଶେଖର , ମନିଷା ନନ୍ଦ, ମିହିର ରାୟ, ସୁଶାନ୍ତ ମହାରଣା,ସତ୍ୟଜିତ ମହାପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍