July 26, 2024

Satya News

odia news channel

ରାକେଶ ଝୁନଝୁନୱାଲାଙ୍କ ପରଲୋକ

 

ବିଶିଷ୍ଟ ବିଲିଓନାୟର ରାକେଶ ଝୁନଝୁନୱାଲାଙ୍କ ପରଲୋକ । ଆଜି ସକାଳେ ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି । ଜଣେ ଷ୍ଟକ ଟ୍ରେଡର ଓ ଇନଭେଷ୍ଟର ଭାବେ ସାରା ବିଶ୍ୱରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା । ତାଙ୍କର ଦେହାନ୍ତ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ । ସେୟାର ମାର୍କେଟ୍‌ର ଜଣେ ବିଗ୍‌ବୁଲ୍‌ ଥିଲେ ରାକେଶ ଝୁନଝୁନୱାଲା ।

ଫୋର୍ବସ ତାଲିକା ଅନୁସାରେ ୫.୫ ବିଲିଅନ ଡଲାର ସଂପତ୍ତିର ମାଲିକ ଝୁନ୍‌ଝୁନ୍‌ୱାଲା । ଗତ ସପ୍ତାହରେ ଉଡ଼ାଣ ଆରମ୍ଭ କରିଥିବା ଆକାଶ ଏୟାରଲାଇନ୍ସର ନିବେଶକ ଥିଲେ ଝୁନଝୁନଓ୍ୱାଲା । ତେବେ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ଏନେଇ ଟ୍ୱିଟ୍ କରି ମୋଦି ଲେଖିଛନ୍ତି ଯେ, ଝୁନଝନଓ୍ୱାଲା ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଥିଲେ । ବିଶ୍ୱର ଅର୍ଥନୀତି ପ୍ରତି ତାଙ୍କର ଅବଦାନ ଅନେକ ରହିଛି ବୋଲି ମୋଦି କହିଛନ୍ତି । ଏହାସହ ଭାରତର ପ୍ରଗତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ମୋଦି କହିଛନ୍ତି ।

Spread the love