May 21, 2025

ରାସ୍ତା ମଝିରୁ ବ୍ୟବସାୟୀଙ୍କୁ କିଡ୍‌ନାପ୍‌

 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡଙ୍କୁ ଶନିବାର ସନ୍ଧ୍ୟାରେ କେହି ଅପହରଣ କରି ନେଇଛନ୍ତି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ବୀରମିତ୍ରପୁର ଥାନାରେ ଏତଲା ଦିଆଯାଇଛି।

ଗତ ସନ୍ଧ୍ୟାରେ ପ୍ରଦୀପ ବିଜାବାହାଲରେ ଥିବା କ୍ରସରରୁ ଘରକୁ ଫେରୁଥିଲେ। ଏହି ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

Spread the love