September 12, 2025

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ,୬/୨: ବଜେଟ୍‌ ୨୦୨୦-୨୧ ପରେ ଗୁରୁବାର ପ୍ରଥମ ଆର୍ଥିକ ନୀତି ସମୀକ୍ଷା ଆୟୋଜିତ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫.୧୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ୍‌ର ୬ ସଦସ୍ୟ ବିଶିଷ୍ଟ ମନିଟାରି ପଲିସି କମିଟି(ଏମ୍‌ପିସି) ୨୦୧୯-୨୦ରେ ଅନୁଷ୍ଠିତ ଷଷ୍ଠ ଦ୍ୱିମାସିକ ବୈଠକର ଏହି ନିଷ୍ପତ୍ତିକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହାବ୍ୟତୀତ ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ ବୋଲି ଏମ୍‌ପିସି ଆକଳନ କରିଛି। କିନ୍ତୁ, ୨୦୨୦ ଅକ୍ଟୋବର-ଡିସେମ୍ବର ମାସରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ହେବ ବୋଲି ଏମ୍‌ପିସି ଦର୍ଶାଇଛି। ଦେଶର ଅର୍ଥନୀତି ଦୁର୍ବଳ ଏବଂ ଅଭିବୃଦ୍ଧି ହାର ନକାରାତ୍ମକ ରହିଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ଯାଏ ରେପୋ ରେଟ୍‌ ଅପରିବର୍ତ୍ତନୀୟ ରହିବ ବୋଲି ରିଜର୍ଭ ବ୍ୟାଙ୍କ୍‌ କହିଛି। ଅଭିବୃଦ୍ଧି କ୍ଷଣିକ ପାଇଁ ବୃଦ୍ଧି ପାଇବାର ସମ୍ଭାବନା ଥିଲେ ବି ତାହା ଅନିଶ୍ଚିତ ବୋଲି ରିଜର୍ଭ ବ୍ୟାଙ୍କ୍‌ ସ୍ପଷ୍ଟ କରିଛି।

Spread the love