January 11, 2026

ସୁପ୍ରିମ୍‌ କୋର୍ଟରେ ନିର୍ଭୟା ମାମଲା: ଦୋଷୀଙ୍କ ଫାଶୀ ନିମନ୍ତେ ଡେଥ ଓ୍ଵାରେଣ୍ଟ୍‌ ପାଇଁ ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ,୬/୨: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦେବା ନିମନ୍ତେ ଡେଥ ଓ୍ଵାରେଣ୍ଟ୍‌ ଜାରି କରାଇବାକୁ କେନ୍ଦ୍ର ଓ ଦିଲ୍ଲୀ ପୋଲିସ କରିଥିବା ଆବେଦନର ଆସନ୍ତାକାଲି ଶୁଣାଣି ହେବ। ଏ ନେଇ ଗୁରୁବାର ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ଆବେଦନର ସଅଳ ଶୁଣାଣି ନିମନ୍ତେ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ କେଏମ୍‌ ନଟରାଜ ଜଷ୍ଟିସ୍‌ ଏନ୍‌ଭି ରମନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କଠାରେ ଗୁରୁବାର ଉସ୍ଥାପନ କରିଥିଲେ। ଏହାକୁ ଆସନ୍ତାକାଲି ନିମନ୍ତେ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଉଭୟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ଆଇନଗତ ବିକଳ୍ପ ସାରି ଦେଇଥିବା ଅନ୍ୟୂନ ଦୁଇଜଣଙ୍କୁ ଫାଶୀ ଦିଆଯାଉ ବୋଲି କରାଯାଇଥିବା ଅନୁରୋଧକୁ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।

Spread the love