July 27, 2024

Satya News

odia news channel

ରିପବ୍ଲିକ୍ ଟିଭିର ସିଇଓ ବିକାଶ ଖାନଚନ୍ଦାନି ଗିରଫ : ଫେକ୍ ଟିଆରପି ମାମଲାରେ ବାନ୍ଧିଲା ମୁମ୍ବାଇ ପୋଲିସ୍

 

ମୁମ୍ବାଇ : ମୁମ୍ବାଇ ପୋଲିସ୍ ରବିବାର ରିପବ୍ଲିକ୍ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ଟେଲିଭିଜନ ରେଟିଂ ହେରଫେର ଦୁର୍ନୀତି ଯାଞ୍ଚ ମାମଲାରେ ଗିରଫ କରାଯାଇଛି। ଫେକ୍ ଟିଆରପି ଦୁର୍ନୀତି ଅକ୍ଟୋବରରେ ସାମନାକୁ ଆସିଥିଲା ଯେତେବେଳେ ରେଟିଂ ଏଜେନ୍ସି ବ୍ରଡକାଷ୍ଟ୍ ଅଡିୟନ୍ସ ରିସର୍ଚ୍ଚ କାଉନସିଲ୍ ହଂସା ରିସର୍ଚ୍ଚ ଗ୍ରୃପ୍ ମାଧ୍ୟମରେ ଏକ ମାମଲା ରୁଜୁ କରିଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ କିଛି ଟେଲିଭିଜନ ଚ୍ୟାନେଲ୍ ଟିଆରପି ନମ୍ବରରେ ହେରଫେର କରୁଛନ୍ତି।

ହଂସା ଓ୍ବାର୍କ କି ସେହି କମ୍ପାନୀଗୁଡ଼ିକ ମଧ୍ୟରେ ସାମିଲ ଯେଉଁ ପ୍ୟାନେଲ୍ ଘର କିମ୍ବା ଲୋକଙ୍କ ମିଟର ସହ ଜଡ଼ିତ। ଟିଆରପି,ଘରେ ଦର୍ଶକଙ୍କ ଡାଟାକୁ ରେକର୍ଡ଼ କରି ମାପିଥାଏ, ଯାହା ବିଜ୍ଞାପନଦାତାଙ୍କୁ ଆକର୍ଷିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ପୋଲିସର କହିବା ଅନୁସାରେ କିଛି ଘରଲୋକଙ୍କୁ ରିପବ୍ଲିକ୍ ଟିଭି ଏବଂ ଅନ୍ୟ କିଛି ଚ୍ୟାନେଲଗୁଡ଼ିକ ଦେଖିବା ପାଇଁ ଲାଞ୍ଚ ଦିଆଯାଉଥିଲା। ରିପବ୍ଲିକ୍ ଟିଭି ଅଭିଯୋଗ ଗୁଡ଼ିକ ପ୍ରତ୍ୟାଖ୍ୟାନ କରିଥିଲା।

ଚ୍ୟାନେଲର ଅନ୍ୟ ଜଣେ କର୍ମଚାରୀ ଘନଶ୍ୟାମ ସିଂହଙ୍କୁ ଗତ ମାସରେ ଟିଆରପି ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା। ତାଙ୍କୁ ଏମାସରେ ଜାମିନ ମିଳିଯାଇଛି। ପୋଲିସ୍ ଏହି ମାମଲାରେ ଏବେ ସୁଦ୍ଧା ମୋଟ ୧୨ଜଣଙ୍କୁ ଗିରଫ କରି ସାରିଛି।

ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଗତ ସପ୍ତାହରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ସେ ଟିଆରପି ହେରଫେର ଦୁର୍ନୀତିରେ ମୁମ୍ବାଇ ପୋଲିସ୍ ଦ୍ବାରା ତଦନ୍ତ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ରିପବ୍ଲିକ ଟିଭିର ମାଲିକ ଏବଂ ଏଆରଜି ଆଉଟଲେଟର ମିଡିଆ ଦ୍ବାରା ଦାଏର ମାମଲାରେ ଏହା ମଧ୍ୟ ଅଭିଯୋଗ କରାଯାଇଥିଲା ଯେ କମ୍ପାନୀର କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ୍ ହେପାଜତରେ ନିର୍ଯାତନା ଦିଆଯାଇଥିଲା।

Spread the love