February 15, 2026

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

 

ଫୁଲବାଣୀ: ଛିଣ୍ଡି ଯାଇଛି ଜଗାକାଳିଆ ଯୋଡ଼ି। ଜଗାକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି କାଳିଆ।  କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଭିତରୁ ଗତକାଲି କାଳିଆର ମୃତ୍ୟୁ ଘଟିଥିଲା।  କାଳିଆର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି।

କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଅନ୍ତ୍ୟେଷ୍ଟି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓ ଉପସ୍ଥିତ ଥିଲେ।  ସୂଚନାଥାଉ କି, କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରରେ କାଳିଆର ମୃତ୍ୟୁ ହୋଇଥିଲା ।ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ଶେଷରେ ସେ ସେପଟିସେମିଆରେ ଆକ୍ରାନ୍ତ ହୋଇ ହୋଇଥିବା ଡାକ୍ତରୀ ଟିମ୍ ସୂଚନା ଦେଇଥିଲେ।

Spread the love