September 18, 2025

ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଲେ ହାଇକୋର୍ଟ

 

କଟକ: ଏଣିକି ପ୍ରବଚନ ଦେଇପାରିବେ ସାରଥି। ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨ଶହ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ କୋର୍ଙ୍କ ନିର୍ଦ୍ଦେଶ ରହିଛି। ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥିଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଥିଲା।

ତେବେ ୨ଟିରେ ସୁପ୍ରିମକୋର୍ଟ ସାରଥିଙ୍କୁ ଜାମିନ ଦେଇଥିବା ବେଳେ ଗୋଟିଏରେ ହାଇକୋର୍ଟ ଜାମିନ ଦେଇଥିଲେ। ହାଇକୋର୍ଟ ଜାମିନ ଦେବା ବେଳେ ସାରଥିଙ୍କ ପାଇଁ ୪ଟି ସର୍ତ୍ତ ରଖିଥିଲେ। ସର୍ତ୍ତ ଗୁଡ଼ିକ ହେଲା ସାରଥି କେନ୍ଦ୍ରାପଡ଼ା ଯିବେ ନାହିଁ, ପ୍ରବଚନ ଦେବେ ନାହିଁ, ରାଜ୍ୟ ବାହାରକୁ ଗଲେ ପୋଲିସକୁ ଜଣାଇବେ। ଯେଉଁଠି ରହିବେ ସେଠାକାର ତଥ୍ୟ ପୋଲିସକୁ ଦେବେ। ତେବେ ପ୍ରବଚନ ଦ୍ୱାରା ଗୁଜୁରାଣ ମେଣ୍ଟାଉଥିବା ଦର୍ଶାଇ ସାରଥୀ କୋର୍ଟରେ ଏହି ସର୍ତ୍ତ ହଟାଇବାକୁ ଆବେଦନ କରିଥିଲେ।  କୋର୍ଟ ଏହାର ଶୁଣାଣି କରି ଏହି ସର୍ତ୍ତକୁ ଉଠାଇ ଦେଇଛନ୍ତି।

Spread the love