April 26, 2026

ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ

 

କଟକ: କଟକ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ ହୋଇଛି। ବଡ଼ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଅକ୍ସିଜେନ ପାଇପ୍ ଲିକ୍ ଯୋଗୁଁ ସର୍ଜରୀ ବନ୍ଦ ରହିଛି। ବିଭାଗର ଆଇସିୟୁ ଏବଂ ଓଟି ବନ୍ଦ ଯୋଗୁଁ ଅସ୍ତ୍ରୋପଚାର ବନ୍ଦ ରଖାଯାଇଥିବା ସୂଚନା ମିଳିଛି।  ଲିକ୍ କାରଣରୁ ଅକ୍ସିଜେନ ପ୍ଲାଣ୍ଟକୁ  ବନ୍ଦ କରି ଦିଆଯାଇଛି।

ଗୁରୁତର ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ। ଏସ୍‌ସିବି ମେଡିକାଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Spread the love