May 17, 2026

ସୀମାରେ ଧଳା ଚୂନରେ ଗାର ଟାଣିବା ସହ ଧଳା ପତାକା ଉଡ଼ାଇଲା ଆନ୍ଧ୍ର

 

କୋରାପୁଟ: କୋରାପୁଟ ଜିଲ୍ଲା ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର। କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାର ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି।

ବିଶେଷ କରି କୋଟିଆରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖନନ କରାଯାଉଥିବା ଓ ସମ୍ବାଇ ପଞ୍ଚାୟତ ସୀମାନ୍ତକୁ ନେଇ ଉପୁଜିଥିବା ବିବାଦର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର। ସ୍ଥିତି ଅନୁଧ୍ୟାନ ପାଇଁ ଆରଡିସି ଆଜି ଘଟଣାସ୍ଥଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

Spread the love